ମାଲକାନଗିରି,ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ଘାଟା ପଞ୍ଚାୟତ କାଲାପାଲ୍ଲି ଗ୍ରାମର ମାଷ୍ଟର କଲୋନୀରେ ୨୦ ରୁ ୨୫ ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ନଳକୂପ ନାହିଁକି ସପ୍ଲାଏ ପାଣି ମଧ୍ୟ ନାହିଁ।
କଲୋନୀ ବାସିନ୍ଦାଙ୍କ କହିବା ଅନୁଯାୟୀ, ଆମର ପିଇବା ପାଣି ସୁବିଧା ନଥିବା ବେଳେ କୌଣସି କାର୍ଯ୍ୟ କରିବା ଯେପରି ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟ ଚାଲିଥିବା ବେଳେ ପାଣି ସମସ୍ୟା ହେଉଛି। ଆମେ ଦୁଇ କିଲୋମିଟର ଚାଲି ଚାଲି ଯାଇ ପାଣି ଆଣୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଓ ରାଜ୍ୟ ସରକାର ସବୁ ଗ୍ରାମରେ କାନ୍ଥ ବାଡ଼ରେ ବସୁଧା ଯୋଜନା ଲେଖିଲେ ଆମର ପାଣିର ସମସ୍ୟା ଦୂର ହୋଇଯିବନି ବୋଲି ଗ୍ରାମବାସୀ ପତିକ୍ରୀୟା ରଖିଛନ୍ତି। ଆଗାମୀ ଦିନରେ ସାଧାରଣ ନିର୍ବାଚନ ଆସୁଥିବାରୁ ଆମେ ଭୋଟ ବର୍ଜନ କରିବୁ ବୋଲି କହିଛନ୍ତି। ଦେଖାଯାଉ ବ୍ଲକ ପ୍ରଶାସନ ଓ ସରକାର ଏଥିପ୍ରତି କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।