
ଭୁବନେଶ୍ୱର,ଓଡିଶା ବନ ଉନ୍ନୟନ ନିଗମ ଆସିଷ୍ଟାଣ୍ଟ ଗ୍ରେଡ ୩ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି କାର୍ଯ୍ୟାଳୟ ସମ୍ମୁଖରେ ଆଶାୟୀ ମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଚାକିରି ଆଶାୟୀ ମାନେ କମ୍ପ୍ୟୁଟର ଟେଷ୍ଟରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଆନ୍ଦୋଳନ କରୁଛନ୍ତି । ଓଏଫଡିସି ଫିଲ୍ଡ ଆସିଷ୍ଟାଣ୍ଟ ଗ୍ରେଡ ୨ ଏବଂ ୩ ର 160 ରୁ ଉର୍ଦ୍ଧ ପୋଷ୍ଟ ପାଇଁ ଗତକାଲି କମ୍ପ୍ୟୁଟର ଟେଷ୍ଟ କରାଯାଇଥିଲା। ପରୀକ୍ଷା ଦେବା ସମୟରେ ବାରମ୍ବାର କମ୍ପ୍ୟୁଟର ସିଷ୍ଟମ ଲଗ ଆଉଟ ହେଉ ଯାଉଥିବା ଆଶାୟୀ ମାନେ ଅଭିଯୋଗ କରିଛନ୍ତି । ପରୀକ୍ଷା ସମୟରେ ଦିଆ ଯାଇଥିବା କମ୍ପ୍ୟୁଟର, ମାଉସ ମଧ୍ୟ ଠିକ ଭାବରେ କାମ କରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଓଏଫଡିସି କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଆନ୍ଦୋଳନ କରୁଛନ୍ତି । ସେମାନେ ପୁଣି ଥରେ କମ୍ପ୍ୟୁଟର ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି।