-
୨୦ ଫୁଟ୍ ର ଘାଇ, ଗାଁରେ ପଶିଲା ପାଣି
ମୁଖିଗୁଡା, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମ ନିକଟରେ ଭୁଶୁଡ଼ିଛି ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ । ଗତକାଲି ରାତି ପ୍ରାୟ ସାଢ଼େ ୩ଟା ସମୟରେ ଏହି ଅଘଟଣ ଘଟିଛି । ଏଠାରେ ପ୍ରାୟ ୨୦ ଫୁଟ୍ ଲମ୍ବର ଘାଇ ସୃଷ୍ଟି ହୋଇଛି । ଫଳରେ ଦେପୁର ଗାଁରେ ପାଣି ପଶିଛି । ଏପରିକି ଗ୍ରାମର ୪ ଜଣଙ୍କ ଘରେ ପାଣି ପଶିବା ସହ ଘରେ ଥିବା ସମସ୍ତ ଆସବାବପତ୍ର ଭିଜି ଯାଇଛି । ଗାଁ ରାସ୍ତା ଉପରେ କିଛି ସମୟ ପାଇଁ ପାଣି ଜମି ରହିଥିଲା । କେନାଲ ପାଣି ମାଡିଯିବା ଫଳରେ ପ୍ରାୟ ୨୦୦ ଏକର ଜମି ଜଳମଗ୍ନ ହୋଇଛି ।