ପୁରୀ, ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଚାରିଦ୍ଵାରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସିଂହଦ୍ଵାରରେ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଏଥି ସହିତ ଯାଂଚ୍ ବ୍ୟବସ୍ଥାକୁ ଆହୁରି ଅଧିକ କଡ଼ାକଡ଼ି କରାଯାଇଛି । ତେବେ ଏହି ଅଣହିନ୍ଦୁ ଜଣକ ଶ୍ରୀମନ୍ଦିର ଭିତରେ କାହିଁକି ପ୍ରବେଶ କରିଥିଲେ, ଏହାର କାରଣ ସହିତ ତାଙ୍କର କାଗଜପତ୍ର ଯାଂଚ୍ ଚାଲିଥିବା କହିଛନ୍ତି ପୁରୀ ଏସପି ପିନାକ ମିଶ୍ର ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ୪ରୁ ୫ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଜଣାପଡିଥିଲା । ଏନେଇ ସେମାନଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖାଯାଇଥିଲା ।