ଭୁବନେଶ୍ୱର, ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।
ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ଓ ଉଚ୍ଚ ବିଦ୍ୟାଳୟରେ ଉର୍ଦ୍ଦୁ ବିଷୟକୁ ପ୍ରାଥମିକ ଭାଷା ଭାବେ ଗ୍ରହଣ କରୁଥିବା୧୦ରୁ ଉର୍ଦ୍ଧ୍ୱ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଚୁକ୍ତିଭିତିକ ଉର୍ଦ୍ଦୁ ଶିକ୍ଷକ ଓ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ନିଯୁକ୍ତ କରିଛନ୍ତି । ପୂର୍ବରୁ ସେମାନଙ୍କୁ ମାସିକ ୭,୪୦୦ ଟଙ୍କା ପାରିଶ୍ରମିକ ବାବଦରେ ଦିଆଯାଉଥିଲା । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଏଣିକି ସେମାନେ ମାସିକ ୧୫,୦୦୦ ଟଙ୍କା ପାରିଶ୍ରମିକ ପାଇବେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ଅନୁଯାୟୀ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ୪୪ ଜଣ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୪୦ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ଉପକୃତ ହେବେ ।
ସୂଚନାଯୋଗ୍ୟ ଯେ ୫ଟି ଅଧ୍ୟକ୍ଷ ଶ୍ରୀ କାର୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଂଚଳରେ ନିୟୋଜିତ ଥିବା ଉର୍ଦ୍ଦୁ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।