ଘଟଗାଁ, କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ କୋଳିମାଟି ପଞ୍ଚାୟତ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ କୋଳିମାଟିର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ଅତିରିକ୍ତ ମଙ୍ଗଳ ଅଧିକାରୀ ବିଜୟ କୁମାର ପୁର୍ତ୍ତି, ସମ୍ମାନିତ ଅତିଥି ଭାବରେ ପମ୍ପକେଶ୍ଵର ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପ କିଶୋର ନାୟକ, ସି ଆର ସି ସି ଭାରତ ଚନ୍ଦ୍ର ପାତ୍ର, କୋଳିମାଟି ସରପଞ୍ଚ ଦମୟନ୍ତୀ ନାୟକ, ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ କୁମାର ମହାନ୍ତି, କୁମୋଡ ବାଳିକା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଇଧର ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦସରଥ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପ୍ରିୟାଲକ୍ଷ୍ମୀ ସା ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବନଫୁଲର ମହକ ବିଦ୍ୟାଳୟର ପତ୍ରିକାକୁ ଉନ୍ମୋଚନ କରିଥିଲେ ଏବଂ ବାର୍ଷିକ କ୍ରିଡ଼ାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରିତ ଅତିଥି ମାନେ ପୁରସ୍କୃତ କରିଥିଲେ । ଶିକ୍ଷୟତ୍ରୀ ପ୍ରିୟାଲକ୍ଷ୍ମୀ ସା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ମଳୟକେତନ ପରମାଣିକ, ଦୀପ୍ତିମୟୀ ସାହୁ, ରଞ୍ଜିତା ମିଶ୍ର, ମାଟ୍ରନ ପାର୍ବତୀ ନାୟକ, ଅଭି ନାୟକ, ସେବକ ସୁବାସ ଵେଜ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।