ଭୁବନେଶ୍ୱର, ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବ୍ଲକ ଓ ପିପିଲି ଏନ୍.ଏ.ସି. ଏବଂ ଡେଲାଙ୍ଗ ବ୍ଲକରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ନୂତନ ସଭାପତି ନିଯୁକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ପିପିଲି ବ୍ଲକ କଂଗ୍ରେସ କମିଟି ସଭାପତି ଭାବରେ ଶ୍ରୀ ବିଶ୍ୱରଞ୍ଜନ ମିଶ୍ରଙ୍କୁ ନିଯୁକ୍ତି ଦେଇଥିବାବେଳେ ପିପିଲି ଏନ୍.ଏ.ସି. କଂଗ୍ରେସ କମିଟି ସଭାପତି ଭାବରେ ଶ୍ରୀ ଅନ୍ତର୍ଯ୍ୟାମି ଦିକ୍ଷିତ ଓ ଡେଲାଙ୍ଗ ବ୍ଲକ କଂଗ୍ରେସ କମିଟି ସଭାପତି ଭାବରେ ଶ୍ରୀ ଜାନକୀ ବଲ୍ଲଭ ହରିଚନ୍ଦନଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ନବନିଯୁକ୍ତ ସଭାପତିମାନେ ନିଜ ବ୍ଲକ ଓ ଏନ୍.ଏ.ସିରେ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।
Related Stories
November 22, 2024