ମାଲକାନଗିରି, ମାଲକାନଗିରି ଜିଲ୍ଲା ଆଇ ଟିଡି ଏ ସଂସ୍ଥା ପକ୍ଷରୁ ଜିଲ୍ଲାର ୭ ଟି ବ୍ଲକର ବିଭିନ୍ନ ସ୍ଥାନରେ ୬ ୭ ଟି ଏସ ପି ଭି ଲାଇଟ ସ୍ଥାପନ ନିମନ୍ତେ ଗତ ୨୭, ୩, ୨ ୩ ରେ ନିଷ୍ପତି ହୋଇଥିଲା । ପ୍ରତ୍ୟେକ ଲାଇଟ୍ ପିଛା ୧,୫0,000/- ଟଙ୍କା ଧାର୍ଯ୍ୟ କରାଯାଇଥିଲା । ବିନା ଟେଣ୍ଡରେ ଏବଂ କୋଟେସନ ରେ ତତ୍କାଳୀନ ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝି ୧୦.୦୪.୨୦୨୩ ତାରିଖରେ ସମସ୍ତ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଡିପାର୍ଟମେଣ୍ଟଲା କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ କାମ ୨ ମାସ ମଧ୍ୟରେ ସମାପ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ, ୨୦.୦୪.୨୦୨୩ ତାରିଖରେ କମ୍ପାରଟିଭ ଷ୍ଟେଟମେଣ୍ଟ ତିଆରି କରି ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ସମସ୍ତ ଲାଇଟ୍ ଲଗେଇବା ପାଇଁ ଅନୁମୋଦନ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ୨୦.୪.୨୦୨୩ ତାରିଖରେ ଅନୁମୋଦନ କରି ୧୦.୪.୨୦୨୩ ଅର୍ଥାତ୍ ୧୦ ଦିନ ପୂର୍ବରୁ କାମ କରିବା ପାଇଁ କିପରି ନିର୍ଦ୍ଦେଶ ଦିଆଯାଇଥିଲା ? ବିନା ଟେଣ୍ଟରରେ ୧ କୋଟି ୫ ଲକ୍ଷ ଟଙ୍କାର ଏସ ପି ଭି ମୋଡ଼ୁଲଲାଇଟ କିପରି ଭାବରେ ଡିପାର୍ଟମେଣ୍ଟାଲ କରାଗଲା ? କାହା ସ୍ଵାର୍ଥରେ ସମସ୍ତ ଆଇନକୁ ଜଳାଜଳି କରି କାମ କରାଗଲା ? ପୁନଶ୍ଚ, ଓଡିଶା ରାଜ୍ୟ ସରକାରଙ୍କର ଅନୁମୋଦିତ ସଂସ୍ଥା ଓ.ଏସ୍.ଆଇ.ସିକ କୁ କାର୍ଯ୍ୟାଦେଶ ନ ଦେଇ ଏକ ଘରୋଇ ସଂସ୍ଥାକୁ କାର୍ଯ୍ୟାଦେଶ ଦେବା ପଛରେ କଣ ରହସ୍ୟ ରହିଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଗତ ୦୭.୧୦.୨୦ ୨୩ ତାରିଖରେ ଶ୍ରୀମତି ରୂପା ରୋଶନ ଆଇ.ଏ.ଏସ୍, କମିଶନର, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପତ୍ର ସଂଖ୍ୟା ୨୦୮୧ ୮ ମାଧ୍ୟମରେ ନିର୍ଦେଶ ଦେଇଥଲେ ଯେ, ଡିପାର୍ଟମେଣ୍ଟ କାମରେ ସହକାରୀ ଯନ୍ତ୍ରୀ ବା କନିଷ୍ଠ ଯନ୍ତ୍ରୀମାନଙ୍କୁ ଟଙ୍କା ନ ଦେଇ ବରଂ ହିତାଧିକାରୀଙ୍କୁ ପ୍ରତ୍ୟେକ୍ଷ ଭାବରେ ପ୍ରାପ୍ୟ ପ୍ରଦାନ କରାଯିବ । କିନ୍ତୁ, ଉକ୍ତ ନିର୍ଦ୍ଦେଶନାମାକୁ ଉଲଘଂନ କରି କିପରି କନିଷ୍ଠ ଯନ୍ତ୍ରୀଙ୍କ ଆକାଉଣ୍ଟ ମାଧ୍ୟମରେ ପାଣ୍ଠି ପ୍ରଦାନ କଲେ। ଏସ ପି ଭି ଲାଇଟ ର ବଜାର ଦର ୭0,000 ହଜାରରୁ ୮0,000 ଟଙ୍କା ମଧ୍ୟରେ ହୋଇଥିବା ବେଳେ, କେଉଁ ଉଦ୍ଦେଶ୍ୟ ଏବଂ କାହା ସ୍ଵାର୍ଥରେ ପ୍ରତ୍ୟେକ ଲା ଇଟ୍ ୧,୫୦,୦୦୦ ଟଙ୍କାରେ କ୍ରୟ କରାଗଲା ? ଏହି ମହାଦୁର୍ନୀତିରେ ପୂର୍ବତ ନ ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝି, ଶ୍ରୀମତି ଜୟଶ୍ରୀ, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ , କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ସେଠ, ଆଶିଷ ପାତ୍ର ଏବଂ ମୁଖ୍ୟ କିରାଣୀ ତ୍ରିନାଥ ପ୍ରସାଦ ବେଗୁରାଇ ସଂଯୁକ୍ତ ଅଛନ୍ତି । ତେଣୁ ଏହାର ସଠିକ୍ ତଦନ୍ତ କରାଗରେ ଦୁର୍ନୀତିର ସତ୍ୟାସତ୍ୟ ପ୍ରକାଶ ପାଇବ । ମାଲକାନଗିରିର ଆଇ ଟି ଡି ଏ ସଂସ୍ଥାରେ ସୂଚନା ଅଧିକାର ଆଇନ ଜରିଆରେ କୌଣସି ଇନଫରମେସନ୍ ମାଗିଲେ ତାହା ମଧ୍ୟ ଏମାନେ ନଦେଇ ଭୂକ୍ଷେପହୀନ ଭାବରେ ବସିରହୁଥିବା ଓଡିଶା ହାଇକୋର୍ଟର ଆଇନଜୀବୀ ଏସ. କେ. ମିଶ୍ର ଅଭିଯୋଗ କରିଛନ୍ତି।