
କୋଲକାତା-ପଶ୍ଚିମବଙ୍ଗ ସରକାର ବଶିରହାଟ ପୋଲିସ ଜିଲ୍ଲାରୁ ଦୁଇ ଅଧିକାରୀ ହଟାଇ ଦିଆଯାଇଛି । ସନ୍ଦେଶଖାଲି ଏହି ପୋଲିସ ଜିଲ୍ଲାରେ ଆସିଥାଏ । ବାହୁବଳୀ ତୃଣମୂଳ ନେତା ଶେଖ୍ ଶାହଜହାଁଙ୍କୁ 55ଦିନ ପରେ ଗିରଫ କରାଯିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ଶନିବାର କହିଛନ୍ତି ଯେ, ଡିଆଇବିର ନିର୍ଦ୍ଦେଶକ ଡିଏସପି ସୁଜିତ କୁମାର ମଣ୍ଡଳ ଓ ଇନସପେକ୍ଟର କାଜଲ ବାନାର୍ଜୀଙ୍କୁ ତାଙ୍କ ପଦରୁ ହଟାଯାଇ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ମଣ୍ଡଳଙ୍କୁ ରାଜଗଂଜ ପୋଲିସ ଜିଲ୍ଲାରେ ପୁଣି ଥରେ ନିଯୁକ୍ତ କରାଯାଇ ଥିବା ବେଳେ ବାନାର୍ଜୀଙ୍କୁ ରାଜ୍ୟ ସିଆଇଡିକୁ ସ୍ଥାନାନ୍ତରିତ କରାଯାଇଛି ।