-
ଦୁଇ ଦଳର ସମ୍ପର୍କ କୁ ନିନ୍ଦା କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,କଂଗ୍ରେସ ଦଳ ସବୁ ବେଳେ କହି ଆସୁଛି ଯେ ବିଜେଡ଼ି ଓ ବିଜେପି ଭାଈ ଭାଈ ଏବଂ ଏକ ମୁଦ୍ରା ର ଦୁଇ ପାର୍ଶ୍ଵ। ଏହା ବହୁଦିନ ଧରି ଦୁଇ ଦଳର କାର୍ଯକ୍ରମ ଦ୍ଵାରା ପ୍ରମାଣିତ ହୋଇସାରିଲାଣି। ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ଵାଧୀନ ବିଜେଡ଼ି ସରକାର ବିଜେପି ସରକାର ସହିତ ହାତ ମିଳାଇ ଯେଉ ଭଳି ଭାବରେ ଓଡ଼ିଶା ଓ ଓଡ଼ିଶାର ଅସ୍ମିତାକୁ ଧ୍ଵଂସ କରୁଛି ତାହା ସଦ୍ୟ ଅଶ୍ଵିନୀ ବୈଷ୍ଣବଙ୍କ ରାଜ୍ୟସଭା ପାର୍ଥିତ୍ଵକୁ ବିଜେଡ଼ି ଦଳର ସମର୍ଥନ ଦ୍ଵାରା ପ୍ରମାଣିତ ହୋଇଛି। ଏହା ବିରୁଦ୍ଧରେ କଂଗ୍ରେସ ଦଳର ଲଢ଼େଇ ବହୁତ୍ ଦିନ ଧରି ଜାରି ରହିଛି ଓ ରହିବ ମଧ୍ୟ। ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଇନ୍ଦିରା ଭବନ ଠାରୁ ବାହାରି ଜିଲ୍ଲା ସଦର ମହକୁମା ଠାରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି. କେ. ପାଣ୍ଡିଆନଙ୍କର କୁଶ ପୁତ୍ତଳିକା ଦାହ କରାଯିବା ସହ ବିଜେଡ଼ି ଓ ବିଜେପି ର ବିବାହ ଶୋଭାଯାତ୍ରା ବଡ଼ଦାଣ୍ଡ ସ୍ଥିତ ମେଡ଼ିକାଲ ଛକ ରୁ ବାହାରି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ବିବାହ ସମ୍ପାଦନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଜୟ ନାରାୟଣ ପଟ୍ଟନାୟକ,ସୁଜିତ୍ ମହାପାତ୍ର ବରିଷ୍ଠ ନେତା ବିନାୟକ ଦାସ ମହାପାତ୍ର,ରାଜେଶ ମିଶ୍ର ,ବିଦୁଲତା ଆଚାର୍ଯ୍ୟ, ଜିଲ୍ଲା ଉପସଭାପତି ଗୁଣନିଧି ପ୍ରଧାନ, ନିରଞ୍ଜନ ରଥ,ପୁଷ୍କର ମହାପାତ୍ର,ଭୀମସେନ ପ୍ରଧାନ,ବିଶ୍ବକେଶନ ହରିଚନ୍ଦନ, ସେକ୍ ସଫିକ୍ ଉଦ୍ଧିନ୍,ନଗର ସଭାପତି(ଖ) ଅମରେନ୍ଦ୍ର ପାଇକରାୟ,ସୁକାନ୍ତ ପ୍ରଧାନ,ରଜତ ସାହୁ, ଆର୍ତ୍ତତ୍ରାଣ ସାହୁ,ନୂତନ ଦାସ ମହାପାତ୍ର, ଚେତନ ମିଶ୍ର,ବିଶ୍ଵ ରଞ୍ଜନ ମହାପାତ୍ର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ ଦାସ, ଜିଲ୍ଲା ଓ ବି ସି ସଭାପତି ରସ୍ମିକାନ୍ତ ସାହୁ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଅନିମେଶ ପଟ୍ଟନାୟକ,
ମନୋଜ ବେହେରା,ଅଭିନାଶ ମିଶ୍ର, ସସ୍ମିତା ସ୍ୱାଇଁ , ଦେବାଶିଷ ଦଇତାପତି, ଆଦର୍ଶ ମିଶ୍ର ଜିଲ୍ଲା ମୁଖପାତ୍ର ସ୍ଵାଧୀନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।