
ପୁରୀ, ଜାତୀୟ,ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷାଙ୍କ ତତ୍ଵାବଧାନରେ ଚଳିତମାସ ୯ ତାରିଖ ଶନିବାର ଦିନ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ପୁରୀ ସିଭିଲ କୋର୍ଟ ସମେତ ନିମାପଡା, ପିପିଲି , କୋଣାର୍କ, କଣାସ ଓ ବ୍ରହ୍ମଗିରି କୋର୍ଟରେ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧିନ ମକଦ୍ଦମା ତଥା ଦେୱାନି , ଫୌଜଦାରୀ , ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ବୈବାହିକ ବିବାଦ (ଛାଡପତ୍ର ବାଦଦେଇ) , ଜମି ଅଧିଗ୍ରହଣ , ବିଦ୍ୟୁତ ଓ ଜଳ ଯୋଗାଣ ବିଲ ଦେୟ ଜନିତ ବିବାଦ , ବ୍ୟାଙ୍କ ଋଣ ବିବାଦ , ଶ୍ରମ ଓ ନିଯୁକ୍ତି ବିବାଦ, ରାଜସ୍ଵ, ପ୍ରାକ ମକଦ୍ଦମା ସ୍ତରୀୟ ତଥା ବ୍ୟାଙ୍କ ଋଣ ବିବାଦ, ରାଜସ୍ଵ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଦେୱାନି, ଫୌଜଦାରୀ ମକଦ୍ଦମା ଗୁଡିକର ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ ଏବଂ ଲୋକ ଅଦାଲତରେ ମକଦ୍ଦମା ଏବଂ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ ଦେବାକୁ ପଡେନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ , ଚୂଡ଼ାନ୍ତ ଏବଂ ଅମଳ ଯୋଗ୍ୟ ହୋଇଥାଏ । ସବିଶେଷ ବିବରଣୀ ନିମନ୍ତେ ପୁରୀ ଜିଲ୍ଲା/ତାଲୁକ ଆଇନ ସେବା କାର୍ଯ୍ୟାଳୟର ହେଲ୍ପ ଲାଇନ ନମ୍ବର -୦୬୭୫୨-୨୨୧୪୩୩ ଏବଂ ଟୋଲ ଫ୍ରି ନମ୍ବର ୧୫୧୦୦ ସହିତ ତୁରନ୍ତ ଯୋଗାଯୋଗ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୂଚନା ଦେଇଛନ୍ତି ।