ନୂଆଦିଲ୍ଲୀ, ଭାରତୀୟ ନୌସେନାର କମାଣ୍ଡରଙ୍କ ସମ୍ମିଳନୀ ଆସନ୍ତା ସପ୍ତାହରେ ଆଇଏନଏସ ବିକ୍ରାନ୍ତ ଓ ଆଇଏନଏସ ବିକ୍ରମାଦିତ୍ୟ ଉପରେ ହେବ । ଏହି ଅବସରରେ ନୌସେନା ଲାକ୍ଷାଦ୍ୱୀପରେ ନୂଆ ବେସ୍ ଆଇଏନଏସ ଜଟାୟୁ ଆରମ୍ଭ କରିବ, ଯେଉଁଥିରେ ହିନ୍ଦ ମହାସାଗର ଅଂଚଳରେ ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖିବାରେ ସହାୟତା ମିଳିବ । ଏହି ବେସ୍ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ମୁତୟନ ଆଇଏନଏସ ବାଜ ପରି କ୍ଷମତା ପ୍ରଦାନ କରିବ । ଏହା ସହିତ ନୌସେନା ଆମେରିକା ହଂଟର ଏମଏଚ 60 ରୋମିଓ ହେଲିକପ୍ଟରକୁ କୋଚିର ନୌସେନା ବାୟୁ ଷ୍ଟେସନରେ ନିଜ ଜାହଜରେ ସାମିଲ କରିବାକୁ ଯୋଜନା କରୁଛି ।
ନୌସେନାରେ ବିମାନବାହକ ପୋତ ଆଇଏନଏସ ବିକ୍ରାନ୍ତ ଓ ଆଇଏନଏସ ବିକ୍ରମାଦିତ୍ୟ ପ୍ରଥମ ଥର 50 ଅତିଥି ଦେଶ ସହିତ ବହୁପକ୍ଷୀୟ ଅଭ୍ୟାସ ‘ମିଲନ’ରେ ଭାଗ ନେଇ ପଶ୍ଚିମ ସମୁଦ୍ର ତଟ ଅଭିମୁଖେ ବାହାରିଛନ୍ତି ।