ନୂଆଦିଲ୍ଲୀ, ମହାରାଷ୍ଟ୍ର ବିଧାନସଭାରେ ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଦିଆଯାଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ପିଟିସନ ଉପରେ ମାର୍ଚ୍ଚ 7ରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଜି ଉଦ୍ଧବ ଗୋଷ୍ଠୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବେଂଚ ସମ୍ମୁଖରେ ଏହି ମାମଲାର ଜଲଦି ଶୁଣାଣି ପାଇଁ ଦାବି କରିଥିଲେ । ଏହାପରେ ମାର୍ଚ୍ଚ 7ରେ ମାମଲାର ଶୁଣାଣି ପାଇଁ କୋର୍ଟ ଭରସା ଦେଇଥିଲେ ।
ସୁପ୍ରିମକୋର୍ଟ ଜାନୁୟାରୀ 22ରେ ଏକନାଥ ସିନ୍ଦେ ଗୋଷ୍ଠୀ ଓ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଙ୍କୁ ନୋଟିସ ଜାରି କରିଥିଲେ । ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ସିନ୍ଦେ ଗ୍ରୁପକୁ ଅସଲି ଶିବସେନା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି ।