ଭୁବନେଶ୍ୱର/ପଦ୍ମପୁର, ପାଇକମାଳ ମୁଖ୍ୟ ଛକ ନିକଟରେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୁଖ୍ୟ ଛକ ନିକଟ ସ୍କୁଲ ପଛ ପଟରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଚଢି ବିଦ୍ୟୁତ୍ ସଂଯୋଗ ଦେଉଥିବା ବେଳେ ଯୁବକ ଜଣକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଏହାପରେ ତାଙ୍କୁ ପାଇକମାଳ ସରକାରୀ ମେଡିକାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ହେଲେ ଚେରେଙ୍ଗାଝାଞ୍ଜ ଗ୍ରାମର । ପଦ୍ମପୁର ସବ୍ ଡ଼ିଭିଜିନାଲ ହସ୍ପିଟାଲରେ ଶବ ବ୍ୟବଛେଦ ପରେ ଆଜି ସକାଳୁ ପାଇକମାଳ ବିଦ୍ୟୁତ୍ ବିଭାଗର ଅଫିସ ସମ୍ମୁଖରେରେ ଶବ ରଖି କ୍ଷତିପୂରଣ ଦାବି କରିଛନ୍ତି ଗାଁ ଲୋକେ।
Related Stories
December 21, 2024