କୋଲକାତା, କୋଟି କୋଟି ଟଙ୍କାର ରାସନ ବିତରଣ ଦୁର୍ନୀତି ମାମଲାରେ ଲିପ୍ତ ଥିବା ଅଭିଯୋଗରେ ଜେଲରେ ବନ୍ଦ ଜ୍ୟୋତିପ୍ରିୟ ମଲିକକୁ ଜଙ୍ଗଲ ମନ୍ତ୍ରୀ ପଦରୁ ବିଦା କରାଯାଇଛି । ତାଙ୍କ ସ୍ଥାନରେ ବୀରବାହା ହାଂସଦାଙ୍କୁ ଏହି ପଦ ଦିଆଯାଇଛି । ହାଂସଦା ଜଙ୍ଗଲ ଏବଂ ସ୍ୱୟଂ ସହାୟକ-ସ୍ୱରୋଜଗାର ଗୋଷ୍ଠୀ ରାଜ୍ୟ ମନ୍ତ୍ରୀ ଅଛନ୍ତି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମଲିକଙ୍କ ଅନ୍ୟ ଏକ ବିଭାଗ ସାର୍ବଜନୀନ ଉଦ୍ୟମ ଏବଂ ଉଦ୍ୟୋଗିକ ପୁନର୍ନିମାଣ ପାର୍ଥ ଭୌମିକଙ୍କୁ ପ୍ରଦାନ କରାଯାଇଛି । ମମତା ବାନାର୍ଜୀଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।