ଲକ୍ଷ୍ନୌ, ରାମନଗରୀ ଅଯୋଧ୍ୟାରେ ଗତମାସ ଜାନୁୟାରୀରେ 5ଶହ ବର୍ଷର ଅପେକ୍ଷାର ଅନ୍ତ ହୋଇଛି ଏବଂ ରାମଲଲାଙ୍କ ତାଙ୍କର ନଭ୍ୟ-ଭବ୍ୟ ଓ ଦିବ୍ୟ ମନ୍ଦିରରେ ବିରାଜମାନ କରିବେ । ଫେବୃୟାରୀ 19ରୁ 21 ମଧ୍ୟରେ ହେବାକୁ ଥିବା ଗ୍ରାଉଣ୍ଡ ବ୍ରେକିଂ ସେରିମନି ଜରିଆରେ ଯୋଗୀ ସରକାର ଏଠାରେ ପ୍ରାୟ 20ହଜାରରୁ ଅଧିକ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟିର ମାର୍ଗ ପ୍ରଶସ୍ତ କରିବେ ।
ରାଜ୍ୟ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାମନଗରୀକୁ ବିକାଶର ନୂଆ ପରିଚୟ ପ୍ରଦାନ କରିଛନ୍ତି । ଯାହାକି ନିବେଶକଙ୍କୁ ଆକୃଷ୍ଟ କରୁଛି । ଫେବୃୟାରୀ 19ରେ ହେବାକୁ ଥିବା ଜିବିସିରେ ଏଠାରେ 10155.79 କୋଟି ଟଙ୍କାରୁ ଅଧିକ ନିବେଶ ପାଇଁ ପ୍ରସ୍ତାବ ରହିଛି ।