ନୂଆଦିଲ୍ଲୀ, ଆଇଜିଆଇ ଏୟାରପୋର୍ଟରେ ବୋମା ବିସ୍ଫୋରଣ ନେଇ କଲ୍ କରି ଚାଞ୍ଚଲ୍ୟ ଖେଳାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କୃଷ୍ଣା ମହତୋ । ସେ ବିହାରର ପଶ୍ଚିମ ଚମ୍ପାରଣର ମୂଳ ବାସିନ୍ଦା । ସେ ମଦ ନିଶାରେ କଲ୍ କରିଥିଲା । ଏହାପରେ ଫୋନ ସ୍ୱିଚ ଅଫ୍ କରିଦେଇଥିଲା ।
ଡିସିପି ଉଷା ରଙ୍ଗନାମୀ ମାମଲାର ସୂଚନା ଦେଇ କହିଛନ୍ତି ଯେ, ଜାନୁୟାରୀ 28 ତାରିଖ ସନ୍ଧ୍ୟାରେ 5.11 ମିନିଟ୍ ସମୟରେ ପୋଲିସ କଣ୍ଟ୍ରୋଲ ରୁମକୁ ଏକ କଲ୍ ଆସିଥିଲା । ଯେଉଁଥିରେ କଲର କହିଥିଲେ ମୁଁ ଏୟାରପୋର୍ଟରେ ବିସ୍ଫୋରଣ କରିବି । ଏହି ସୂଚନା ପରେ ପୋଲିସ ଟିମ୍ ହାଇ ଆଲର୍ଟରେ ଥିଲା । ଏୟାରପୋର୍ଟରେ ଏମରଜେନ୍ସି ଘୋଷଣା କରାଯାଇଥିଲା । ଟେକ୍ନିକାଲ ସର୍ଭିଲାନ୍ସ ଜରିଆରେ ପୋଲିସ 18ଦିନ ପରେ ଅଭିଯୁକ୍ତକୁ ଗିରଫ କରିଛି । ହରିୟାଣା ଦିଲ୍ଲୀ ବର୍ଡର କାପସହେଡା ଅଂଚଳରୁ ଏକ ଘରୁ ତାଙ୍କୁ ଗିରଫ କରାଯାଇଛି ।