
ଭୁବନେଶ୍ୱର, ଗୋରୁ ବୋଝେଇ କଣ୍ଟେନର ଜବତ । ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଠାରେ ପୋଲିସ ଚଢ଼ାଉ ବେଳେ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଏହି କଣ୍ଟେନରରୁ ୭୦ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ପୋଲିସ ଡ୍ରାଇଭରକୁ ଗିରଫ କରିଛି । ବେଗୁନିଆ ଜାମୁସାହିରୁ ହାଇଦ୍ରାବାଦ ଚାଲାଣ ହେଉଥିଲା ଗୋରୁ । ଉଦ୍ଧାର ଗୋରୁଗୁଡିକୁ ଭୁବନେଶ୍ୱର ସିଜୁଆ ଗୋଶାଳାରେ ଛାଡିଛି ପୋଲିସ।