ବୌଦ୍ଧ, ବୌଦ୍ଧ ଆଂଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ଉ। ଆଜି ବଡ଼ି ଭୋରରୁ ଭିଜିଲାନ୍ସ ବିଭାଗ ବୌଦ୍ଧ ଆଂଚଳିକ ପରିବହନ ଅଧିକାରୀଙ୍କ ବୌଦ୍ଧ ସହର ସ୍ଥିତ ଜଗନ୍ନାଥ ବିହାର ସ୍ଥିତ ଭଡାଘରେ ଚଢ଼ଉ କରିଥିଲା। ଚଢ଼ଉ ଟିମ ରେ ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ ପି, ଡିଏସ ପି ଏବଂ ଇନ୍ସପେକ୍ଟର ସାମିଲ ଥିବା ସୂଚନା ରହିଛି ।
ଆଜି ବଡ଼ି ଭୋର ସମୟରେ ଆଂଚଳିକ ପରିବହନ ଅଧିକାରୀ ବସନ୍ତ ମହାପାତ୍ର ଘରେ ଶୋଇଥିବା ବେଳେ ଭିଜିଲାନ୍ସ ଟିମ ଅତର୍କିତ ଭାବେ ତାଙ୍କ ଘର ଉପରେ ଚଢ଼ଉ କରିଥିଲା। ଏହି ଚଢ଼ଉ ଦୀର୍ଘ ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲା ଜାରୀ ରହିଛି। ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଥିବା ଆଂଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର ଅସାଧୁ ଉପାୟରେ କୋଟିକୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ରଖିଥିବା ନେଇ ଓଡିଶା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଆଜି ତାଙ୍କର ବୌଦ୍ଧ ସ୍ଥିତ ଭଡା ଘର ଓ କାର୍ଯ୍ୟାଳୟ ସମେତ ଭୁବନେଶ୍ଵର ଏବଂ ଗଞ୍ଜାମ ଆଦି ୧୦ଟି ସ୍ଥାନରେ ଥିବା ଘରେ ୧୦ଟି ଷ୍ଟେଟ ଭିଜିଲାନ୍ସ ଟିମ ଦ୍ଵାରା ଚଢଉ ଜାରୀ ରହିଥିବା ଜଣାଯାଇଛି।