ମାଲକାନଗିରି, ହେଲ୍ପ ଫର୍ ନିଡ୍ ପିପୁଲ୍ ଫାଉଣ୍ଡେସନ ତରଫରୁ ମାଲକାନଗିରି ଅଲ ଓଡିଶା ମାର୍ସଲ ଆର୍ଟ ଏକାଡେମି ଠାରେ ପୁଲାୱମା ବିସ୍ଫୋରଣରେ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଗତକାଲି ରାତିରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଗତ ଫେବୃୟାରୀ ୧୪,୨୦୧୯ ରେ ଜାମ୍ମୁ- କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀମାନଙ୍କ ଦ୍ବାରା ଏକ ଆତ୍ମଘାତୀ ବିସ୍ଫୋରଣରେ କେନ୍ଦ୍ରୀୟ ରିଜର୍ଭ ପୋଲିସର ୪୦ ଜଣ ଯବାନ ଶହୀଦ ହୋଇଥିଲେ ଏବଂ ଅନେକ ଯବାନ ଗୁରୁତର ଆହତ ହୋଇଥିଲେ। ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହୀଦ ଯବାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇ ଶହୀଦ ଯବାନ ଅମର ରହେ ସ୍ଲୋଗାନ ଦିଆଯିବା ସହ ଶହୀଦଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭୀମସେନ ଖିଲ, ଅନୁପ ସୁନାନୀ, କେ ଦେଶୀରାଜୁ ଆଚାରୀ, ଲକ୍ଷ୍ମଣ ଘରାମୀ, ଗୌରୀ ଶଙ୍କର ସାମଲ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।