ବଲାଙ୍ଗିର, ସର୍ଚ୍ଚ ଅପରେସନ ଜାରି ରହିଥିବା ସମୟରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ୨ ଜଣ ଯବାନ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଥିବା ଖବର ମିଳିଛି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ୨ ଜଣ ଯବାନ । ଆହତ ଯବାନମାନେ ରସରାଜ ଶିରୋମଣି ଓ ଉତ୍କଳ ପଟେଲ ବୋଲି ଜଣାପଡିଛି । ଆହତ ଯବାନ ଦ୍ଵୟଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ମେଡିକାଲକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପୁଣି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲକୁ ଅଣାଯାଇ ଯବାନ ଦ୍ଵୟଙ୍କୁ ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ବଲାଙ୍ଗିର ମନୋହରପୁର ପଡ଼ିଆରୁ ଏୟାର ଲିଫ୍ଟରେ ଭୁବନେଶ୍ଵରକୁ ସ୍ଥାନାନ୍ତରିତ କରାଯାଉଥିବା ଜଣାପଡିଛି ।