କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପରିବେଶ ସଚେତନ ଓ ବୃକ୍ଷ ରୋପଣ ବାର୍ତ୍ତା ନେଇ ହରିୟାଣାରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ।ଦୃଢ଼ ସଙ୍କଳ୍ପ ନେଇ ଜଣେ ୪୮ ବର୍ଷୀୟ ବ୍ୟକ୍ତି ସାଇକଲରେ ଭାରତ ଭ୍ରମଣ କରୁଛନ୍ତି । ସେ ବର୍ତମାନ ସୁଦ୍ଧା ଦୀର୍ଘ ୧୬ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ପୁରୀରେ ପହଞ୍ଚିଛନ୍ତି । ସେ ପ୍ରକୃତି ପ୍ରେମୀ ହେଉଛନ୍ତି ହରିୟାଣା ରାଜ୍ୟ ବିୱାନି ଜିଲ୍ଲା ଅର୍ନ୍ତଗତ ନନ୍ଦଗାଁଓ ଅଞ୍ଚଳର ନରେନ୍ଦ୍ର ଯାଦବ । ସୂଚନା ଅନୁସାରେ, ସାଇକଲ ଯୋଗେ ଭାରତ ଭ୍ରମଣ କରିବା ସହ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସମେତ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ଅଭିଳାଷ ନେଇ ନରେନ୍ଦ୍ର ଆଗେଇ ଚାଲିଛନ୍ତି | ପୂର୍ବରୁ ମଧ୍ୟ ସେ ସାଇକେଲ ଯୋଗେ ଯାତ୍ରା କରି ୧୩ହଜାର କିଲୋମିଟର ଅତିକ୍ରମ କରିଛନ୍ତି । କିଛି ଦିନ ବ୍ୟବଧାନ ପରେ ପୁଣି ସେ ଜାନୁଆରୀ ୧୧ତାରିଖରୁ ନିଜ ଗାଁରେ ଥିବା ବାବା ପୂର୍ଣାଗୀରିଧାମ ଠାରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି | ଦୀର୍ଘ ୪୦ ଦିନ ଯାତ୍ରା ପରେ ପୁରୀରେ ପହଁଚିଛନ୍ତି । ତାଙ୍କ କହିବା ଅନୁସାରେ, ଗଛ ଲଗାଅ ଓ ଜୀବନ ବଞ୍ଚାଓ ବାର୍ତା ସହ ଭାରତରେ ଅବସ୍ଥିତ ଥିବା ବିଭିନ୍ନ ଜ୍ୟୋର୍ତିଲିଙ୍ଗ ଦର୍ଶନ ସମେତ ବହୁ ପର୍ଯ୍ୟଟନ ସ୍ଥଳୀ ବୁଲିବାର ଲକ୍ଷ୍ୟ ରଖୁଛନ୍ତି I ଦୀର୍ଘ୪୦ ଦିନର ଯାତ୍ରା ମଧ୍ୟରେ ବିଭିନ୍ନ ରାଜ୍ୟ ହୋଇ ପଶ୍ଚିମବଙ୍ଗ ସମେତ ଦୀଘା ହୋଇ ବାଲେଶ୍ବର ଜିଲ୍ଲାରେ ପହଁଚିଛନ୍ତି। ଏପରିକି ଓଡ଼ିଶାରେ ପହଂଚିବା ପରେ ସେ ବାଲେଶ୍ଵରରୁ ୩ହଜାର କିଲୋମିଟର ରାସ୍ତା ଭ୍ରମଣ କରିବା ସହିତ ବାଲେଶ୍ବର, ଭଦ୍ରକ ହୋଇ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି । ପରେ ସେଠାରୁ ସେ ସିଧା ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ ବୋଲି କହିଛନ୍ତି । ତାଙ୍କ ସାଇକେଲରେ ସେ ସବୁ ପ୍ରକାର ବ୍ୟବସ୍ଥା ରଖିଥିବା ବେଳେ ଶୀତ ପାଇଁ କମ୍ବଳ ଠାରୁ ଆରମ୍ଭ କରି ଅତ୍ୟାବଶକ ସାମଗ୍ରୀ ସବୁ ରଖୁଛନ୍ତି । ୧୩ ହଜାର କିଲୋମିଟର ମଧ୍ୟରେ କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ, ନେପାଳ, କାଠମାଣ୍ଡୁ ମଧ୍ଯ ଭ୍ରମଣ କରିସାରିଛନ୍ତି ବୋଲି ନରେନ୍ଦ୍ର କହିଛନ୍ତି।
Related Stories
November 22, 2024