
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,୫୬ତମ କୁମାର ଉତ୍ସବ ସଫଳ ରୁପେ ସମ୍ପୂର୍ଣ୍ଣ ହୋଇଥିବା ପରିପ୍ରେକ୍ଷୀରେ ମା ମଶାଣୀଚଣ୍ଡୀ ମନ୍ଦିର ପ୍ରାଙ୍ଗଣ ରେ କୁମାର ଉତ୍ସବ ସମିତି ପକ୍ଷରୁ ଅନୁଷ୍ଠାନର ଶୁଭେଚ୍ଛୁ ଙ୍କୁ ନେଇ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।
ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସହରାଞ୍ଚଳ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ଉଚ୍ଚନ୍ୟାୟାଳୟ ର ବରିଷ୍ଠ ଅଧିବକ୍ତା ବିଭୁ ପ୍ରସାଦ ତ୍ରିପାଠୀ, ଅମରେନ୍ଦ୍ର ପାଇକରାୟ,ସଙ୍ଗଠକ ଚକ୍ରଧର ମହାପାତ୍ର, ଉତ୍କଳ ବିଦ୍ୱତ ପରିଷଦ ଅଧ୍ୟକ୍ଷ ମନୋଜ ରଥ, ସଙ୍ଗଠକ ସିତୁ ରଞ୍ଜନ ପୃଷ୍ଟି, ପୂର୍ବତନ ପୌର ସଦସ୍ୟ ବିଜୟ ପ୍ରଧାନ,ସଙ୍ଗଠକ ତଥା ନାଟ୍ୟକାର ପ୍ରସନ୍ନ ମିଶ୍ର, ନାଟ୍ୟକାର ଭରତ ନାୟକ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ଦି ବେଲ୍ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ବିଦୁଲତା ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ବିଶ୍ୱଜିତ୍ ମିଶ୍ର, ନାରାୟଣ ଦାସ, ପ୍ରଦୀପ ମହାନ୍ତି, ମଧୁସୂଦନ ମିଶ୍ର, ସରୋଜ ମିଶ୍ର, ଭଏସ୍ ଅଫ କମନ ମ୍ୟାନ ଆବାହକ ହେକ୍ଟର ମିଶ୍ର,ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର, ରଜତ କୁମାର ସାହୁ, ରଶ୍ମି ରଞ୍ଜନ ସିହ୍ନା ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ।ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା ଓ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।