
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥଧାମ ଶାଖା ତରଫରୁ ରାଷ୍ଟ୍ରିୟ ମହିଳା ଦିବସ ଏବଂ ସରୋଜିନ ନାଇଡୁ ଙ୍କ ୧୪୫ ତମ ଜୟନ୍ତୀ ପୁରୀ ନରେନ୍ଦ୍ର କୋଣ ସ୍ଥିତ ପୁରୀ ମହିଳା ମହାବିଦ୍ୟାଳୟ ରେ ପାଳିତ ହୋଇ ଯାଇଛି।
ଭାରତ ର ସ୍ବାଧୀନତା ସଂଗ୍ରାମ ର ଅନ୍ୟତମ ସାରଥୀ, ଦେଶ ର ପ୍ରଥମ ମହିଳା ରାଜ୍ୟପାଳ,କୋକିଳା କଣ୍ଠ ଶ୍ରୀମତୀ ସରୋଜିନି ନାଇଡୁ ଙ୍କ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ରେ ଗାନ୍ଧିଜୀ ଙ୍କ ସହଯୋଗୀ ଭାବେ ଅତୁଳନୀୟ ଅବଦାନ ଥିବା ସହ ଇଂରାଜୀ କବି ଭାବେ ଭାରତୀୟ ଇଂରାଜୀ ସାହିତ୍ୟ ର ଇତିହାସରେ ତାଙ୍କ ସ୍ଥାନ ସ୍ୱତନ୍ତ୍ର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ପୁରୀ ମହିଳା ମହାବିଦ୍ୟାଳୟ ର ଅଧକ୍ଷ ବିଶ୍ୱନାଥ ବଳିଆରସିଂ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିବା ସଭା ରେ ଅତିଥି ଭାବେ ଶାଖା ସଂଗଠନ ସଚିବ ସନ୍ତୋଷ କୁମାର ମହାନ୍ତି,ପ୍ରାନ୍ତ ସଂଗଠନ ସଚିବ ସୌମେନ୍ଦ୍ର ଦାସ,ରାଷ୍ଟ୍ରିୟ ମହିଳା ଓ ବାଲ ସଂସ୍କାର ସଚିବ ଶ୍ରୀମତୀ ସୁପ୍ରିତି ରଥ ଯୋଗଦେଇ ରାଷ୍ଟ୍ରିୟ ମହିଳା ଦିବସ ର ପୃଷ୍ଠଭୂମି ଏବଂ ,ଆଵଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।
ଶ୍ରୀଜଗନ୍ନାଥ ଧାମ ଶାଖା ସଚିବ ରାମ ଚନ୍ଦ୍ର ଦଳାଇ ଙ୍କ ସଂଯୋଜନା ରେ ଆୟୋଜିତ ସଭା ପ୍ର୍ରରମ୍ଭ ରେ ବନ୍ଦେ ମାତରଂ ଏବଂ ଶେଷ ରେ ରାଷ୍ଟ୍ର ଗାନ କରାଯାଇଥିଲା।ଏନିମିଆ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଛାତ୍ରୀ ମାନଙ୍କ ରକ୍ତରେ ଲୋହିତ ରକ୍ତ କଣିକା ପରୀକ୍ଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ କିଶୋର କୁମାର ପଟ୍ଟନାୟକ ,ପ୍ରଣତି ମହାନ୍ତି,କବିତା ପଟ୍ଟନାୟକ ,କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।