ଭୁବନେଶ୍ୱର,କେନ୍ଦ୍ର ରେଳ ଓ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ନିର୍ବାଚନରେ ସମର୍ଥନ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ରେଳ ଏବଂ ଟେଲିକମ କ୍ଷେତ୍ରରେ ବହୁ କାମ ହୋଇଛି ବୋଲି ସ୍ୱୀକାର କରିଛନ୍ତି । ବିଜେଡି ଦ୍ୱାରା ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କରିବା ପରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ବିଧାୟକ ନାଉରୀ ନାଏକ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଅଶ୍ୱିନୀଙ୍କୁ ସମର୍ଥନ କରି ପ୍ରଧାନମନ୍ତ୍ରୀଙ୍କ ଓଡିଶା ବିକାଶ ପାଇଁ ଯେଉଁ ଚିନ୍ତା ତାହାକୁ ସ୍ୱୀକାର କଲେ ନବୀନ | ଆମ ପାଖରେ ପ୍ରସ୍ତାବକ ସଂଖ୍ୟା ଥିଲେ, ଆମେ ପ୍ରାର୍ଥୀ ଦେଲୁ, ବିଜେଡି ସମର୍ଥନ କଲା | ଏଥିରେ ଘନିଷ୍ଠତା କିଛି ନାହିଁ ଏବଂ ଆଉ କେନ୍ଦ୍ର ଅବହେଳା କଥା କହି ପାରିବେ ନାହିଁ ବୋଲି ସେ କହିଛନ୍ତି ।