-
ପିସିସି ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର
ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଶେଷରେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ତେବେ ଏହାପରେ ସେ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରାଜନଗରର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସୁପୁତ୍ର ଅଂଶୁମାନ ମହାନ୍ତି ୨୦୧୪ରୁ ୨୦୧୯ ଯାଏ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥଲେ ।