ବଲାଙ୍ଗିର, ସାଗରତଳଗୋଠ ଛକଠାରେ ଗତ ୭ଦିନ ହେଲା ଚାଲିଥିବା ମେଣ୍ଡା ବାରପାହାଡ ମହୋତ୍ସବ ଉଦଯାପିତ ହୋଇଯାଇଛି । ଏଥିରେ ୫ମ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ସୋନପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ଯୋଗଦେଇ ଥିଲେ । ସେ ମହୋତ୍ସବରେ ଉଦବୋଧନ ଦେଇ କହିଛନ୍ତି ଯେ, ବଲାଙ୍ଗୀର ଲୋୟରସୁକତେଲ ପ୍ରକଲ୍ପରୁ ନିକଟସ୍ଥ ପୁଆ, ଜରାଜାରିଂ ଓ ଶିବତଳା ଞ୍ଚାୟତର ୧୭ଟି ଗ୍ରାମକୁ ଜଳସେଚିତ କରାଯିବ । କିନ୍ତୁ ଉପରପଟେ ଥିବା ରାଣିସର୍ଡା, ମେଣ୍ଡା, ଦେଓଳପଦର ଓ ପାଇକବାହାଲ ପଞ୍ଚାୟତର ଚାଷୀ ମାନଙ୍କ ପାଇଁ ପୁଆ- ଦେଉଳପଦର ମଝିରେ ସୁକତେଲ ନଦୀରେ ଏକ ଭୂତଳ ଜଳସଂରକ୍ଷଣ କେନ୍ଦ୍ର (ଆଇଏସଏସ) ନିର୍ମାଣ କରାଯିବାକୁ ପ୍ରସ୍ତାବ କରାଯାଉଛି । ସେଠାରୁ ମେଗା ଉଠାଜଳ ସେଚନ ଜରିଆରେ ଚାଷୀଙ୍କ ଜମିକୁ ଜଳସେଚିତ କରାଯାଇ ପାରିବ । ଏହି ପ୍ରକଲ୍ପର ଫିଜିବିଲିଟି ରିପୋର୍ଟ ଦେବାକୁ ପଦ୍ମପୁର ଇନଭେଷ୍ଟିଗେସନ ଡିଭିଜନକୁ ଦାୟୀତ୍ୱ ଦିଆଯାଇଛି । ଚଳିତବର୍ଷ ସୋନ୬ପୁର ମହାନଦୀ ରେ ଦୁଇଟି ବଡବଡ ଜଳ ପ୍ରକଲ୍ପ ହାତକୁ ନିଆଯାଇଛି । ସେହିପରି ଅନେକଗୁଡିଏ ବିକାଶମୂଳକ କାମ ମଧ୍ୟ କରାଯାଇଛି ବୋଲି ମନ୍ତ୍ରୀ ନିରଂଜନ ପୂଜାରୀ କହିଥିଲେ ।
Related Stories
December 22, 2024