
ଭୁବନେଶ୍ୱର, ଓଡ଼ିଶାର ବିଶିଷ୍ଟ ଜନପ୍ରିୟ ନେତା, ଯୁବ ଓ ଛାତ୍ର ମାନସର ପ୍ରତୀକ, ପୂର୍ବତନ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୬୦ତମ ଜୟନ୍ତୀ ଉପଲକ୍ଷେ ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅମୀୟକାନ୍ତ ଦାଶଙ୍କ ପୌରହିତ୍ୟରେ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଭୁବନେଶ୍ୱସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସ ପରିସରରେ ମଧ୍ୟ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ଭଲ ପାଉଥିବା ଲୁଲୁ ପ୍ରେମୀ ଓ ସମର୍ଥକ ମାନେ ସ୍ୱଇଚ୍ଛାରେ ଆସି ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶୁଭେନ୍ଦୁ ମହାନ୍ତି ଅତିଥି ରୂପେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଭୂଷଣ ଦାସ, ରାଜୀବ ପଟ୍ଟନାୟକ, ଆଦିତ୍ୟ ପ୍ରିତମ ଦାସ, ଚିତ୍ତରଂଜନ ଦାସ, ହାସ୍ୟ ଅଭିନେତା ଜ୍ଞାନ ଯୁବ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ ପ୍ରମୁଖ ଯୋଗଦାନ କରିଥିଲେ । ତତ୍ସହିତ ସ୍ୱର୍ଗତ ମହାପାତ୍ରଙ୍କ ଅମର ଆତ୍ମା ଶାନ୍ତି ପାଇଁ ଗିରିଦୁର୍ଗା ମନ୍ଦିରଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।