ଭୁବନେଶ୍ୱର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତକାଳରେ ସେ ମୟୂରଭଂଜର ଖିଚିଂରେ ପହଂଚି ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ମହାମହିମ ଶ୍ରୀମତୀ ମୁର୍ମୁ ଆସନ୍ତା ୨୯ ତାରିଖ ପୂର୍ବାହ୍ଣ ୧୦ଟା ୧୦ରୁ ୧୦ଟା ୪୦ ପର୍ଯ୍ୟନ୍ତ ଅଧଘଂଟା କାଳ ପର୍ଯ୍ୟନ୍ତ ଐତିହାସିକ ଖିଚିଂ ମନ୍ଦିର ପରିସରରେ ରହିବେ । ଏହି ଅବସରରେ ସେ ମା’ କିଚକେଶ୍ୱରୀଙ୍କୁ ଦର୍ଶନ ଓ ଆରତୀ କରିବେ ।