ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମପଂଚାୟତକୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମୁଖ୍ୟମନ୍ତ୍ରୀ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୫ଟି ବ୍ୟବସ୍ଥାରେ ରୂପାନ୍ତରଣ କାର୍ଯ୍ୟକ୍ରମ ହିଞ୍ଜିଳି ଶେରଗଡ଼ରୁ ଆରମ୍ଭ ହୋଇଥିଲା । ମା’ ତାରାତାରିଣୀଙ୍କ ମନ୍ଦିର ନୂଆ ରୂପ ନେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପର ରୂପାନ୍ତରଣ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଏବେ ରାଜ୍ୟର ୮ ହଜାରରୁ ଅଧିକ ସ୍କୁଲର ରୂପାନ୍ତରଣ କାମ ଶେଷ ହୋଇଛି । ଲୋକଙ୍କ ଖୁସି ମୋତେ ବହୁତ ଆନନ୍ଦ ଦେଇଛି । ଖୁବ୍ ଶୀଘ୍ର ହସ୍ପିଟାଲ ରୂପାନ୍ତରଣ କାମ ଆରମ୍ଭ ହେବାକୁ ଯାଉଛି ।
Related Stories
December 21, 2024