ଭୁବନେଶ୍ୱର– ରାଜଧାନୀ ଭୁବନେଶ୍ୱରେ ବସବାସ କରୁଥିବା ଜଗତସିଂହପୁର ଜିଲ୍ଲାବାସୀଙ୍କୁ ନେଇ ଗଠିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦ’ର ବାର୍ଷିକ ଉତ୍ସବ ଚଳିତ ମାସ ୧୬ ତାରିଖ ଅପରାହ୍ନ ୪ଟା ସମୟରେ ଜୟଦେବ ଭବନରେ ଅନୁଷ୍ଠିତ ହେବ । ମା’ସାରଳାଙ୍କ ଆଜ୍ଞାମାଳ ସ୍ଥାପନ ପରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ସମାଜସେବୀ ତଥା ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ, ଲୋକସେବକ ମଣ୍ଡଳ (ଓଡ଼ିଶା ଶାଖା)ର ଅଧ୍ୟକ୍ଷ ନିରଞ୍ଜନ ରଥ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ. ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ଅତିଥି ଭାବରେ ଯୋଗଦେବେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଜିଲ୍ଲାର ପ୍ରତିଭାସଂପନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ ଓ ପରିଷଦର ବାର୍ଷିକ ମୁଖପତ୍ର ‘ପ୍ରଜ୍ଞାଶ୍ରୀ’ ଲୋକାର୍ପିତ ହେବ । କଣ୍ଠଶିଳ୍ପୀ ଓ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଭୁବନେଶ୍ୱରରେ ରହୁଥିବା ଜଗତସିଂହପୁର ଜିଲ୍ଲାବାସୀ ଏହି ଉତ୍ସବରେ ବହୁସଂଖ୍ୟାରେ ଯୋଗଦେବାକୁ ପରିଷଦର ସଭାପତି ଅଜୟ କୁମାର ଦାସ, ସଂପାଦକ ଡ. ସୌଭାଗ୍ୟ ରାଉତରାୟ ଓ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ସୂର୍ଯ୍ୟରଞ୍ଜନ ମହାନ୍ତି ନିବେଦନ କରିଛନ୍ତି ।
Related Stories
December 22, 2024