ଭୁବନେଶ୍ୱର– ବିଜେପି ନେତୃତ୍ୱାଧିନ କେନ୍ଦ୍ର ଏନ୍ଡିଏ ସରକାରଙ୍କର କୃଷକ ଓ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଟ୍ରେଡ୍ ୟୁନିୟନ୍ ମାନଙ୍କ ତରଫରୁ ଡାକରା ଦିଆଯାଇଥିବା ‘୧୬ ଫେବୃୟାରୀ ଭାରତ ବନ୍ଦ’ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, କ୍ଷମତାକୁ ଆସିବା ପୂର୍ବରୁ ବିଜେପି ଦଳର କୃଷକ ଓ ଶ୍ରମିକମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲା । କୃଷିଜାତ ଦ୍ରବ୍ୟ ସମୂହର ଦୁଇଗୁଣା ମୂଲ୍ୟବୃଦ୍ଧି, ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ୍ଗତ ମାନ୍ୟତା, ସ୍ୱାମୀନାଥନ୍ କମିଶନ ଲାଗୁ କରିବା ଓ କୃଷକମାନଙ୍କୁ ପେନ୍ସନ୍ ପ୍ରଦାନ କରିବା । ସେହିଭଳି ଶ୍ରମିକମାନଙ୍କୁ ସର୍ବନିମ୍ନ ଏକ ହଜାର ଟଙ୍କା ମଜୁରୀ, ୮ ଘଂଟା କାମ ଏବଂ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ଜରିଆରେ ୨୦୦ଦିନର କାର୍ଯ୍ୟ ନିର୍ଘଣ୍ଟ ନିଶ୍ଚିନ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା । ବିଜେପିର ଏହି ଛଳନା ପ୍ରତାରଣା ଓ ଧର୍ମାନ୍ଧତା ବିରୁଦ୍ଧରେ ୧୬ ଫେବୃୟାରୀ କୃଷକ-ଶ୍ରମିକ ମାନଙ୍କର ମିଳିତମଞ୍ଚ ପକ୍ଷରୁ ‘ଭାରତ ବନ୍ଦ’ର ଯେଉଁ ଆହ୍ୱାନ ଦିଆଯାଇଛି, ତାହାକୁ ସମାଜବାଦୀ ପାର୍ଟି ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
Related Stories
December 22, 2024