ନୂଆଦିଲ୍ଲୀ– ଗୁଜୁରାଟୀ ମାନଙ୍କ ଉପରେ ବିବାଦୀୟ ଟିପ୍ପଣୀ ଉପରେ ମାନହାନି ମାମଲାର ସାମ୍ନା କରୁଥିବା ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ଆଶ୍ଵସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଏଏସ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତେଜସ୍ଵୀଙ୍କ ବିରୋଧରେ ଗୁଜୁରାଟରେ ରୁଜ୍ଜୁ ହୋଇଥିବା ମାନହାନି ମାମଲାକୁ ନିରସ୍ତ୍ର କରିଛନ୍ତି ।
ତେଜସ୍ଵୀ ସୁପ୍ରିମକୋର୍ଟରେ ସତ୍ୟପାଠ ଦେଇଥିଲେ ଯେ, ଗୁଜୁରାଟୀଙ୍କୁ ଠକ କହିଥିବା ବୟାନକୁ ନେଇ ସେ ଦୁଃଖିତ । ଏବଂ ସେ ନିଜର ଏହି ବୟାନ୍ କୁ ଫେରାଇ ନେଉଛନ୍ତି । ଏହା ଉପରେ ସୁପ୍ରିମକୋର୍ଟ ସଂକେତ ଦେଇଥିଲେ ଯେ, ଏହି ସତ୍ୟପାଠ ଆଧାରରେ ସେ ମାମଲାକୁ ଶେଷ କରିପାରିବେ ।