ରାଜସମଂଦ– କାଂକରୋଲି ସହରର ଭିଲବାଡା ଫୋରଲେନର ଆରକେ ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ବ୍ରିଜ୍ ରେ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି ।
କାଂକରୋଲି ଥାନା ପ୍ରଭାରୀ ଦୁର୍ଗାପ୍ରସାଦ ଦାଧିଚ କହିଛନ୍ତି ଯେ, ରାଜସମଂଦରୁ ଭିଲବାଡ଼ା ଫୋରଲେନର ଆରକେ ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ଦୃତ ଗତିରେ ଆସୁଥିବା ଏକ ଟ୍ରକ୍ ଏକ ଏହି ମିନି ଟ୍ରକ୍ ପଛରେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ୬ ଜଣ ଆହତ ହୋଇଛନ୍ତି । ଦୁଇ ମୃତକଙ୍କ ଶବ ରାଜସମଂସ ହସ୍ପିଟାଲରେ ରଖାଯାଇଛି । ଅନ୍ୟ ଜଣକର ଶବ ଉଦୟପୁର ମୋଚିରିରେ ରଖାଯାଇଛି । ସମସ୍ତ ଆହତ ଉଦୟପୁର ଏମବି ଚିକିତ୍ସାଳୟରେ ଚିକିତ୍ସାଧିନ ରହିଛନ୍ତି ।