ଭୁବନେଶ୍ୱର– ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଭିନ୍ନ ପ୍ରକୋଷ୍ଠର ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।
ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଭାବେ ସୁଦର୍ଶନ ନାୟକଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଶିକ୍ଷକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଭାବେ ଲକ୍ଷ୍ମୀକାନ୍ତ ମିଶ୍ର ,ଆଇନଜୀବି ପ୍ରକୋଷ୍ଠର ସୌର ଚନ୍ଦ୍ର ମହାପାତ୍ର ,ସମବାୟ ପ୍ରକୋଷ୍ଠର ଶ୍ରୀରଞ୍ଜନ ମଙ୍ଗରାଜ , ଶିଳ୍ପଦ୍ୟୋଗୀ ପ୍ରକୋଷ୍ଠର ପ୍ରଭାତ କେଶରୀ ମିଶ୍ର , ବ୍ୟବସାୟୀ ପ୍ରକୋଷ୍ଠର ଗୋବିନ୍ଦ ଅଗ୍ରୱାଲ, ସି.ଏ ପ୍ରକୋଷ୍ଠର ମିହିର ସାହୁ , ଅର୍ଥନୀତି ପ୍ରକୋଷ୍ଠର ଡକ୍ଟର କେ.ସି ପାଣିଗ୍ରାହୀ , ନଗରାଚଂଳ ପ୍ରକୋଷ୍ଠ ର ଜୀବନ ପ୍ରଦୀପ ଦାସ , ପଂଚାୟତିରାଜ ପ୍ରକୋଷ୍ଠର ଶଙ୍କର୍ଷଣ ପରିଡା, ମେଡିକାଲ ପ୍ରକୋଷ୍ଠର ଡାକ୍ତର କୈଳାଶ ବିଶ୍ୱାଳ, ଇ.ଡବ୍ଲ୍ୟୁ.ଏସ ପ୍ରକୋଷ୍ଠର କୁଳମଣି ମିଶ୍ର , ମତ୍ସ୍ୟଜୀବୀ ପ୍ରକୋଷ୍ଠର ବିଜୟ ମଲ୍ଲିକ , ସାଂସ୍କୃତିକ ପ୍ରକୋଷ୍ଠର ପିଙ୍କି ପ୍ରଧାନ , ପୂର୍ବସୈନିକ ପ୍ରକୋଷ୍ଠର କର୍ଣ୍ଣେଲ. ବିରେନ୍ଦ୍ର ବସ୍ତିଆ ଏବଂ ପ୍ରବାସୀ ଓଡ଼ିଆ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଭାବେ ଜ୍ୟୋତି ରଞ୍ଜନ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି ।