ନୂଆଦିଲ୍ଲୀ, କେନ୍ଦ୍ରକୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀଙ୍କ ସହ ଆଲୋଚନା କରି ସମାଧାନ ବାହାର କରିବାକୁ ଚାହୁଁଛନ୍ତି ।
ମୁଣ୍ଡା ମଙ୍ଗଳବାର ମିଡିଆ ସହ ଆଲୋଚନା କରି କହିଛନ୍ତି ଯେ, ଚଣ୍ଡିଗଡରେ ଚାଷୀ ନେତାଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଛି । କିଛି ଦିଗ ଉପରେ ଆମକୁ ପରାମର୍ଶର ଆବଶ୍ୟକତା ରହିଛି । ଭାରତ ସରକାର ଚାଷୀଙ୍କ ହିତ ପାଇଁ ସମର୍ପିତ ଅଟନ୍ତି । ଚାଷୀଙ୍କ ହିତ ଆମର ପ୍ରାଥମିକତା ଅଟେ । ତାଙ୍କୁ ବୁଝାଇବାକୁ ପଡିବ ଯେ ଆମେ ଚାଷୀଙ୍କ ସହିତ ଅଛୁ ।
ଏଠାରେ ସୂଚନାଯୋଗ୍ୟ, ଚାଷୀ ସଙ୍ଗଠନ 10 ଦଫା ଦାବି ନେଇ ଆଜି ଦିଲ୍ଲୀ ମାର୍ଚ୍ଚ କରୁଛନ୍ତି । ଏହା ପୂର୍ବରୁ ଚାଷୀଙ୍କୁ ମନାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିସାରିଛନ୍ତି । କିନ୍ତୁ ଠୋସ୍ ସମାଧାନ ନବାହାରିବା କାରଣରୁ ଚାଷୀମାନେ ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି ।