ନୂଆଦିଲ୍ଲୀ, ଦିଲ୍ଲୀର ପ୍ରଗତି ମୈଦାନରେ ମନୁଷ୍ୟର ସବୁଠୁ ଭଲ ବନ୍ଧୁ କୁହାଯାଉଥିବା ପୁସ୍ତକ ଏବେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି । ନୂଆଦିଲ୍ଲୀର ବିଶ୍ୱ ପୁସ୍ତକ ମେଳା 2024-ଯେଉଁଥିରେ ଚଳିତ ଥର ସାଉଦି ଆରବ ମୁଖ୍ୟ ଅତିଥି ଭାବେ ଭାଗ ନେଉଛି । ମେଳା ପରିସରରେ ମଙ୍ଗଳବାର ସାଉଦି ଆରବର ମଣ୍ଡପର ଉଦଘାଟନ କରାଯାଇଛି ।
ଫେବୃୟାରୀ 10-18 ଯାଏ ନୂଆଦିଲ୍ଲୀର ପ୍ରଗତି ଫେୟାର ସ୍କ୍ୱୋୟାରରେ ଚାଲୁଥିବା ଏହି ପୁସ୍ତକ ମେଳାରେ ସାହିତ୍ୟ, ପ୍ରକାଶନ ଓ ଅନୁବାଦ ଆୟୋଗର ନେତୃତ୍ୱରେ ଅନେକ ସାଉଦି ସଂସ୍ଥା, ସାଉଦି ସଂସ୍କୃତିକୁ ଉଜାଗର କରିବା ଉଦ୍ଦେଶ୍ୟରେ ମେଳାରେ ଭାଗ ନେଉଛନ୍ତି । ସାହିତ୍ୟ, ପ୍ରକାଶନ ଓ ଅନୁବାଦ ଆୟୋଗର ସିଇଓ ଡକ୍ଟର ମହମ୍ମଦ ହସନ ଅଲୱାନ ସାଉଦୀ ସଂସ୍କୃତି ଓ ରଚନାତ୍ମକ ବିଭିନ୍ନ ରୂପରେ ଦୁନିଆ ନିକଟରେ ପହଂଚିଥିବା କହିଛନ୍ତି । ଏହି ପୁସ୍ତକ ମେଳାରେ ଭାଗ ନେଇ ସାଉଦୀ ଆରବ ସଂସ୍କୃତିର ଅଭିବୃଦ୍ଧି , ବିଶିଷ୍ଟତା ଓ ରଚନାତ୍ମକତାକୁ ଉଜାଗର କରିବାକୁ ଚାହୁଁଛି, ଯାହାର ମୂଳ ପ୍ରାଚୀନ ଇତିହାସରେ ନିହତ ରହିଛି ।