କେନ୍ଦୁଝର– କେନ୍ଦୁଝର ବନଖଣ୍ଡ ଓ ରାଜ୍ୟ ଔଷଧ ଉଭିଦ ପରିଷଦ ଦ୍ଵାରା କେନ୍ଦୁଝର କାଳି ପଡିଆ ଠାରେ ୫ ଦିନ ଧରି ଆୟୋଜିତ ହେବାକୁ ଯାଉଛି ଆଂଚଳିକ କଳିଙ୍ଗ ହର୍ବାଲ ମେଳା । ଆସନ୍ତା ୧୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ ବୋଲି ଆଜି ଏଠାରେ କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ.ଡି. ଧନରାଜ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହି ମେଳାରେ ରାଜ୍ୟର ବିଭିନ୍ନ ଅଂଚଳରୁ ବୈଦ ତଥା ଆୟୁର୍ବେଦିକ ଡାକ୍ତରମାନେ ଅଂଶଗ୍ରହଣ କରେିବ । ମେଳାରେ ପ୍ରାୟ ୬୦ଟି ଷ୍ଟଲ୍ ଖୋଲାଯିବାର ବ୍ୟବସ୍ଥା କରାଯାଉଥିବା ବେଳେ ସେଠାରେ ଆର୍ୟୁବେଦିକ ଔଷଧ ଓ ଜଡିବୁଟି ବିକ୍ରିବଟା କରାଯିବା ସହ ମାଗଣା ଚିକିତ୍ସା କରାଯିବା ବୋଲି କହିଥିଲେ । ଏଥିସହ ମେଳାରେ ଡାକ୍ତରଙ୍କ ସମ୍ମିଳନୀ, ବରିଷ୍ଠ ନାଗରିକ ମାନଙ୍କ ପାଇଁ ପୁରାତନ ରୋଗର ଉପଚାର ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ପ୍ରତିଦିନ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୁର୍ବେଦିକ ଡାକ୍ତର ମାନଙ୍କ ଦ୍ଵାରା ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ତଥା ବିଭିନ୍ନ ରୋଗ ସମ୍ବନ୍ଧରେ ପରାମର୍ଶ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏବଂ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ସଂଗଠନ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଭଳି ମେଳା ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ବେଳେ ବହୁ ସଂଖ୍ୟାରେ ଲୋକମାନେ ଏଥିରେ ଯୋଗଦେଇ ଏଥିରୁ ଫାଇଦା ନେବା ଦରକାର ବୋଲି ବନଖଣ୍ଡ ଅଧିକାରୀ ଧନରାଜ କହିଛନ୍ତି ।
ପରେ ପରେ ମେଳା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ସେଚତନତା ରଥକୁ ଡି.ଏଫ.ଓ. ଧନରାଜ ଶୁଭାରମ୍ଭ କରିଥଲେ । ଡି.ଏଫ.ଓ. ଙ୍କ ସୂଚନା ସମୟରେ ଏ .ସି.ଏଫ. ଅଶୋକ ଦାଶ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।