ନୂଆଦିଲ୍ଲୀ, ରାଜସ୍ଥାନ ବିଧାନସଭାର ବାଚସ୍ପତି ବାସୁଦେବ ଦେବନାନୀ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଉପରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି । ଉପରାଷ୍ଟ୍ରପତି ସଚିବାଳୟ ଉଭୟଙ୍କ ସାକ୍ଷାତ ଫଟୋ ସେୟାର କରି ଏହି ସୂଚନା ପ୍ରଦାନ କରିଛି ।
ସାକ୍ଷାତ ପରେ ରାଜସ୍ଥାନ ବିଧାନସଭାର ଅଧ୍ୟକ୍ଷ ବାସୁଦେବ ଦେବନାନୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବୀରଭୂମି ରାଜସ୍ଥାନର ଗୌରବ, ସୌମ୍ୟ ଏବଂ ମୃଦୁଭାଷା ବ୍ୟକ୍ତିତ୍ୱରେ ଧନୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଔପଚାରିକ ସାକ୍ଷାତ କରି ମାର୍ଗଦର୍ଶନ ପ୍ରାପ୍ତ କରିଛି । ଆପଣଙ୍କ ସ୍ପଷ୍ଟବାଦିତା, ଦୀର୍ଘ ରାଜନୈତିକ ଅନୁଭବ ଏବଂ ଭାରତୀୟ ସମ୍ବିଧାନ ବିଶେଷଜ୍ଞତା ଆପଣଙ୍କୁ ପ୍ରେରଣାଦାୟୀ କରିଛି । ଆପଣଙ୍କୁ ଭେଟି ସକରାତ୍ମକ ଉର୍ଜା ମିଳିଛି । ଆପଣଙ୍କ ସ୍ନେହ ପାଇଁ ହୃଦୟରୁ ହାର୍ଦ୍ଦିକ ଧନ୍ୟବାଦ ।