କୁଚବିହାର,ଭାରତ-ବାଂଲାଦେଶ ସୀମାନ୍ତରେ ମୁତୟନ ଥିବା ଉତ୍ତର ବଙ୍ଗ ଫ୍ରଣ୍ଟିୟରର ଜଲପାଇଗୁଡି ସେକ୍ଟର ଅନ୍ତର୍ଗତ 98ତମ ବାଟାଲିୟନ ସୀମା ସୁରକ୍ଷା ବଳର ବର୍ଡର ଆଡଟ୍ ପୋଷ୍ଟ (ବିଓପି) ଚେଙ୍ଗରାବାନ୍ଧାର ସତର୍କ ସୀମା ଯବାନମାନେ ଦୁଇ ଆଫଗାନ ନାଗରିକ ଅନୁପ୍ରବେଶ ବେଳେ ସେମାନଙ୍କୁ ଧରିଛନ୍ତି । ଧରାପଡିଥିବା ଆଫଗାନ ନାଗରିକମାନେ ହେଲେ ନିଜାମ ଉଦ୍ଦିନ ଓ ଅହମଦ ଖାନ । ଦୁଇଜଣ ଆଫଗାନିସ୍ତାନର ୟୁସୁଫ କଲାୟର ବାସିନ୍ଦା ଅଟନ୍ତି । ଏନେଇ ବିଏସଏଫ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ପ୍ରଦାନ କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଚେଙ୍ଗରାବାନ୍ଧାର ସତର୍କ ସୀମା ଯବାନମାନେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମେଖଲିଗଞ୍ଜ ଥାନା ଅନ୍ତର୍ଗତ ପାନିସାଲା ମୋଡ ଉପରେ ଠିଆ ହୋଇଥିବା ଦେଖିଥିଲେ । ଏହାପରେ ସନ୍ଦିଗ୍ଧଙ୍କୁ ସେମାନଙ୍କର ପରିଚୟ ପଚରାଉଚରା କରାଯାଇଥିଲା । କିନ୍ତୁ ଉଭୟେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହାପରେ ଅଧିକ ପଚରାଉଚରା ପରେ ସେମାନେ ଆଫଗାନ ପରିଚୟ ବୋଲି କହିଥିଲେ ।