
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଓଡିଶା ସରକାରଙ୍କ ପରିବହନ ବିଭାଗ ତରଫରୁ ତା 01 ଡିସେମ୍ବର 2024 ଋଖ ଠାରୁ 07 ଡିସେମ୍ବର 2024 ଋଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଅଛି । ଏହି କାର୍ଯ୍ୟକୁ ପୁରୀ ର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ଆଞ୍ଚଳିକ ପରିବହନ ବିଭାଗର ଅଫିସର ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ , ଏମଭିଆଇ ରାଜେଶ କୁମାର ମହାପାତ୍ର, ଆସିଷ୍ଟାଣ୍ଟ ଏମଭିଆଇ ଅମିତ କୁମାର ରଣା ଓ ଟ୍ରାଫିକ ଇନ୍ସପେକ୍ଟର ସୁଶାନ୍ତ କୁମାର ପାତ୍ର ଓ ଆରଟିଓ ଅଫିସ ର କର୍ମଚାରୀ ଏବଂ ଅନ୍ୟ ବିଭାଗ ର ଅଫିସର ମାନେ ଉପସ୍ଥିତ ଥିଲେ ।
ଏହି ସପ୍ତାହ ଅଧୀନରେ ବିଭିନ୍ନ ପ୍ରକାରର ସଡକ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକୁ କୁ ଅନୁଷ୍ଟିତ କରାଯାଉଅଛି ଯଥା ସଡକ ସୁରକ୍ଷା ପ୍ରଚାର ରଥ ବିଭିନ୍ନ ପ୍ରକାରର ସଡକ ସୁରକ୍ଷା ସଚେତନ ବାର୍ତ୍ତା ଜନ ସାଧାରଣ ଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରାଯାଉଅଛି | ବିଭିନ୍ନ ସ୍କୁଲ, କଲେଜ ପିଲାମାନଙ୍କ ଦ୍ଵାରା ସଡକ ସୁରକ୍ଷା ବାର୍ତ୍ତା ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣ ଙ୍କୁ ଅବଗତ କରାଯାଉଅଛି ।