ଝାରସୁଗୁଡ଼ା/ଭୁବନେଶ୍ୱର– ଚିକିତ୍ସା ଅବହେଳାରୁ ଆହତଙ୍କ ମୃତ୍ୟୁ ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା ଦେଖାଦେଇଛି । ଏୟାରପୋର୍ଟ ଥାନା ତାଳପଟିଆ ଛକ ନିକଟରେ ଟ୍ରକ୍-ଅଟୋ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆହତଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତି କରାଯାଇଥିଲା । ତାଙ୍କର ଅକ୍ସିଜେନ ଦରକାର ଥିଲେ ମଧ୍ୟ ଦିଆଯାଇନଥିବା ଏବଂ ପରେ ଆହତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।