-
ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ବିପଦ
-
ଉପକୂଳ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ
ଟୋକିଓ, ନବବର୍ଷ ଆଣିଛି ଜାପାନ ପାଇଁ ଦୁଃଖ । ଉତ୍ତର-ମଧ୍ୟ ଜାପାନରେ ସନ୍ଧ୍ୟା 4.10ସମୟରେ 7.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହାପରେ ଜାପାନ ଉପକୂଳରେ ସୁନାମୀ ଲହଡି ଦେଖିବାକୁ ମିଳିଛି । ଭୀଷଣ ଭୂକମ୍ପ ପରେ ସୁନାମୀ ବିପଦକୁ ଦେଖି ଜାପାନର ପଶ୍ଚିମ ଉପକୂଳର କିଛି ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ସ୍ଥାନ ଖାଲି କରିବାକୁ କୁହାଯାଇଛି ।
ସାର୍ବଜନିକ ପ୍ରସାରକ ଏନଏଚକେ ଅନୁସାରେ ସୋମବାର ଜାପାର ପାଣିପାଗ ବିଭାଗ ପକ୍ଷରୁ ଇଶିକାଭା, ନିଗାଟା ଓ ଟୋୟାମା ଅଞ୍ଚଳର ପଶ୍ଚିମ ଉପକୂଳର କିଛି ସ୍ଥାନ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି । ଏଜେନ୍ସି ମୁତାବକ ପ୍ରାୟ 5ମିଟର ଉଚ୍ଚ ସୁନାମୀ ଇଶିକାଭା ଅଞ୍ଚଳର ନୋଟୋ ପର୍ଯ୍ୟନ୍ତ ପହଞ୍ଚିପାରେ । ଆମେରିକୀୟ ଏଜେନ୍ସି ମୁତାବକ ଭୂକମ୍ପ କେନ୍ଦ୍ରର 3ଶହ କିମି ଭିତରେ ଜାପାନ ଉପକୂଳରେ ଭୟାବହ ସୁନାମୀ ଆଣିପାରେ ।
ଏନଏଚକେ ରିପୋର୍ଟ ମୁତାବକ ଇଶିକାଭା ଅଞ୍ଚଳରେ ଭାଜିମା ସହରର ଉପକୂଳରେ ଏକ ମିଟରରୁ ଅଧିକ ଉଚ୍ଚର ଲହଡି ଉଠିଛି । ଭୂକମ୍ପ ପରେ ସୁନାମୀ ବିପଦକୁ ଦେଖି ଉପକୂଳ ଲୋକଙ୍କୁ ଉଚ୍ଚସ୍ଥାନକୁ ଚାଲିଯିବାକୁ ଅନୁରୋଧ କରାଯାଇଛି ।