
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ନୁଆଁ ବର୍ଷ ଠାରୁ ପୁରୀ ଶ୍ରୀ ମନ୍ଦିର ରେ ପାନଛେପ ମାଦକ ଦ୍ରବ୍ୟ, ପଲିଥିନ ବ୍ୟାନ କରିବା ସହ, ଶାଳୀନତା ପୋଷାକ ପିନ୍ଧି ଶ୍ରୀ ମନ୍ଦିର କୁ ପ୍ରବେଶ କରିବା ପାଇଁ ଭକ୍ତ ମାନଙ୍କୁ ନିର୍ଦେଶ ଦିଆଯାଇଛି | ବଡ଼ଦାଣ୍ଡ ସେବା ତରଫରୁ ଏକ ଛୋଟିଆ ପ୍ରୟାସ ଥିଲା ଯେ ହାପ ପ୍ୟାଣ୍ଟ ପିନ୍ଧି ଆସୁଥିବା କିଛି ଭକ୍ତ ଙ୍କୁ ଧୋତି ପିନ୍ଦାଇ ମନ୍ଦିର ଭିତର କୁ ପ୍ରବେଶ କରାଯାଇଥିଲା ଏବଂ ଅନୁରୋଧ କରାଯାଉଛି କି ଇଂରାଜୀ ନୂତନ ବର୍ଷ ଠାରୁ ଶାଳୀନତା ପୋଷାକ ପିନ୍ଧି ମନ୍ଦିର କୁ ଯିବା ପାଇଁ,ପୁରୀ ରେ ଥିବା ହୋଟେଲ, ଓ ଧର୍ମଶାଳା ରେ 4ଟି ଭାଷା ରେ, ଶାଳୀନତା ପୋଷାକ ପିନ୍ଧି ମନ୍ଦିର କୁ ଯିବାପାଇଁ ପୋଷ୍ଟର ମଧ୍ୟ, ବଡ଼ଦାଣ୍ଡ ସେବା ତରଫରୁ ମରାଯାଇଛି |ଏହି ସେବାରେ ବଟକୃଷ୍ଣ ମହାପାତ୍ର, ବିନାୟକ ରାୟ ସିଂ, ସୂର୍ଯ୍ୟକାନ୍ତ ନାୟକ, ନିରାକାର ମହାରଣା, ଆଲୋକ ବାରିକ, ମନୋଜ କୁମାର ସାହୁ, ସୁନୀଲ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ |