
ଭୁବନେଶ୍ୱର- ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୮ ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଆଜି ଆମ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଶୁଣିଛନ୍ତି । ଏହି ଅବସରରେ ରାଜ୍ୟ ସହ ପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂହ ତୋମାର, ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଧନ ସିଂହ ରାୱତ ବିଶେଷ ରୂପେ ଉପସ୍ଥିତ ଥିଲେ ।
ଶ୍ରୀ ସାମଲ କହିଛନ୍ତି ଯେ ଦେଶର ସାମାଜିକ ବିଭିନ୍ନତାକୁ ମଜଭୁତ୍ କରିବାରେ ‘ମନ୍ କି ବାତ୍’ର ପ୍ରତିଟି ଅଧ୍ୟାୟ ଆମକୁ ପ୍ରେରଣା ଦେଉଛି । ‘ମନ୍ କି ବାତ୍’ ସର୍ବଦା ସଦ୍ଭାବନା, ସେବା ଭାବନା ଓ କର୍ତ୍ତବ୍ୟ ଭାବନାକୁ ନେଇ ଆଗେଇ ଚାଲିଛି ।