ଭଦ୍ରକ – ନୂଆବର୍ଷକୁ ବିଭିନ୍ନ ନେତା ବିଭିନ୍ନ ପ୍ରକାରେ ପାଳନ କରିଥିବା ବେଳେ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଏକ ନିଆରା ଢଙ୍ଗରେ ନୂଆବର୍ଷକୁ ପାଳନ କରିଛନ୍ତି। ଶ୍ରୀ ସେଠୀ ନୂଆବର୍ଷ ସକାରେ ଭଦ୍ରକ ଜିଲ୍ଲାର ଏକମାତ୍ର କନ୍ୟାଶ୍ରମ ପଗଡ ସ୍ଥିତ ‘ମାନବସେବା କନ୍ୟାଶ୍ରମ”କୁ ଯାଇ ପିଲାଙ୍କ ଗହଣରେ ନୂଆବର୍ଷ ପାଳନ କରିଥିଲେ। ଅନ୍ତେବାସୀଙ୍କ ସହ ସମୟ ବିତାଇବା ସହିତ ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିବା ସହିତ କନ୍ୟାଶ୍ରମର ସଭାପତି ଅକ୍ଷୟ ମିଶ୍ର, ସµାଦକ ପାନନ କରଙ୍କ ସହିତ କନ୍ୟାଶ୍ରମର ସୁବିଧା ଅସୁବିଧା ସµର୍କରେ ପଚାରି ବୁଝିଥିଲେ। ପରେ ଉକ୍ତ କନ୍ୟାଶ୍ରମର ଉନ୍ନତି ପାଇଁ ଶ୍ରୀଯୁକ୍ତ ସେଠୀ କର୍ୃପକ୍ଷଙ୍କୁ ପ୍ରତିଶୃତି ଦେଇଥିଲେ। ଶ୍ରୀଯୁକ୍ତ ସେଠୀ ମିଠା, ବିସ୍କୁଟ ପିଲାମାନଙ୍କୁ ବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାନସଭା ନେତା ଡା. ପ୍ରଦୀପ ନାୟକ, ଶଶୀକାନ୍ତ ବିଶ୍ବାଳ, ବୀରେନ୍ଦ୍ର ଜେନା, ବିକାଶ ଶ୍ରେଷ୍ଠା ପ୍ରମୁଖ େଯାଗ ଦେଇଥିଲେ। କାନ୍ୟାଶ୍ରମର ଅନ୍ତେବାସୀ ଶ୍ରୀଯୁକ୍ତ ସେଠୀଙ୍କୁ ପାଖରେ ପାଇ ବହୁତ ଖୁସି ଅନୁଭବ କରିଥିଲେ।