
ନୂଆଦିଲ୍ଲୀ, ଆଜି ହେଉଛି ମନ କୀ ବାତର 108ତମ ଅଧ୍ୟାୟ । ଏହି ଅବସରରେ ପିଏମ ମୋଦି କହିଛନ୍ତି ଯେ, ‘ଆଜି ଆମର ଏହି ମିଳିତ ଯାତ୍ରାର ଏହା ୧୦୮ତମ ଅଧ୍ୟାୟ । ଆମମାନଙ୍କ ପାଇଁ ୧୦୮ ସଂଖ୍ୟାର ଗୁରୁତ୍ୱ, ଏହାର ପବିତ୍ରତା ଗୋଟିଏ ଗହନ ଅଧ୍ୟୟନର ବିଷୟ । ଜପାମାଳିରେ ୧୦୮ଟି ମାଳି, ୧୦୮ ଥର ଜପ, ୧୦୮ଟି ଦିବ୍ୟ କ୍ଷେତ୍ର, ମନ୍ଦିରମାନଙ୍କରେ ୧୦୮ଟି ପାହାଚ, ୧୦୮ ଘଣ୍ଟି, ୧୦୮ ସଂଖ୍ୟାଟି ଅସୀମ ବିଶ୍ୱାସ ସହ ଜଡ଼ିତ । ସେଥିପାଇଁ ‘ମନ୍ କି ବାତ୍’ର ୧୦୮ତମ ଅଧ୍ୟାୟ ମୋ ପାଇଁ ବିଶେଷ ଗୁରତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ୧୦୮ଟି ଅଧ୍ୟାୟରେ ଆମେ ଜନସହଭାଗୀତାର କେତେ ଉଦାହରଣ ଦେଖିଲୁ, ସେମାନଙ୍କ ଠାରୁ ପ୍ରେରଣା ଲାଭ କଲୁ । ଏହି ସୋପାନରେ ପହଂଚିବା ପରେ ଆମକୁ ନୂଆକରି, ନୂତନ ଶକ୍ତି ସହିତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ସଂକଳ୍ପ ନେବାକୁ ହେବ । ଏହା ମଧ୍ୟ ଗୋଟିଏ ସୁଖକର ସଂଯୋଗ ଯେ, ଆସନ୍ତା କାଲିର ସୂର୍ଯ୍ୟୋଦୟ ୨୦୨୪ର ପ୍ରଥମ ସୂର୍ଯ୍ୟୋଦୟ ହେବ । ଆମ୍ଭେମାନେ ୨୦୨୪ରେ ପ୍ରବେଶ କରିସାରିଥିବା । ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଅନେକ ଅନେକ ଶୁଭକାମନା’ ।