ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ମାସରେ ତାମିଲନାଡୁ, କେରଳ ଓ ଲାକ୍ଷାଦ୍ୱୀପକୁ ତିନି ଦିବସୀୟ ଗସ୍ତ କରିବେ । ତାମିଲନାଡୁରେ 19,850 କୋଟି ଟଙ୍କା ଓ ଲାକ୍ଷାଦ୍ୱୀପରେ 1150 କୋଟି ଟଙ୍କାରୁ ଅଧିକ ଟଙ୍କାର ବିକାଶମୂଳକ ଯୋଜନାରର ଉଦଘାଟନ ଓ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ଜାନୁୟାରୀ 2 ତାରିଖ ସକାଳେ ପ୍ରଧାନମନ୍ତ୍ରୀ ତାମିଲନାଡୁର ତିରୁଚିରାପଲ୍ଲୀ ପହଞ୍ଚିବେ । ତିରୁଚିରାପଲ୍ଲୀରେ ଭାରତୀଦାସନ ବିଶ୍ୱବିଦ୍ୟାଳୟର 38ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦ୍ୱିପ୍ରହରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିମାନନ, ରେଳ, ସଡକ, ତୈଳ, ଗ୍ୟାସ, ସିପିଂ ଓ ଉଚ୍ଚତର ଶିକ୍ଷା କ୍ଷେତ୍ର ସହିତ ସମ୍ବନ୍ଧିତ 19,850 କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ନୂଆ ଟର୍ମିନାଲ ଭବନର ଉଦଘାଟନ କରିବେ ।
କେରଳରେ ପ୍ରଧାନମନ୍ତ୍ରୀ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପରେ 1150 କୋଟି ଟଙ୍କାରୁ ଅଧିକ ବିକାଶମୂଳକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବେ ।