ନୂଆଦିଲ୍ଲୀ,ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ବ୍ଲାକ ହୋଲ ପରି ମହାକାଶର ଘଟଣାକ୍ରମକୁ ବୁଝିବା ପାଇଁ ନିଜର ପ୍ରଥମ ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ ସୋମବାର ଲଞ୍ଚ କରିବ । ଏହାପୂର୍ବରୁ ଅକ୍ଟୋବରରେ ଇସ୍ରୋ ଗଗନଯାନର ଟେଷ୍ଟ ଭେହିକିଲ ଡି-1 ମିଶନକୁ ସଫଳତାପୂର୍ବକ ପୂରଣ କରିଛି ।
ଇସ୍ରୋ ଅନୁସାରେ, ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ ପ୍ରକ୍ଷେପଣ ପ୍ରଥମ ଲଞ୍ଚ-ପ୍ୟାଡ୍, ଏସଡିଏସସି-ଶାର୍, ଶ୍ରୀହରିକୋଟାରୁ ଜାନୁୟାରୀ 1ତାରିଖ ସକାଳ 9.10 ସମୟରେ ନିର୍ଦ୍ଧାରଣ କରାଯାଇଛି । ମିଶନ ଲଞ୍ଚକୁ ଲାଇଭ୍ ଦେଖିହେବ ।