
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ପୋଲିସ ଲାଇନ କନଫରେନ୍ସ ହଲରେ ସେଣ୍ଟ୍ରାଲ ରେଞ୍ଜ ଆଇଜି ଆଶିଷ କୁମାର ସିଂ, ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡକ୍ଟର କାନୱାର ବିଶାଲ ସିଂ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ନୂତନ ବର୍ଷରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି |ଏକ ନୂତନ ଅଭିଜ୍ଞତା ସହିତ ୯0 ପ୍ଲାଟୁନ ପୋଲିସ୍ ବଳ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ମୁତୟନ ରହିବେ |ଏଥିରେ ୨0 ଜଣ ଡିଏସପି, ୧୪0 ସବ ଇନ୍ସପେକ୍ଟର ନିୟୋଜିତ ହେବେ | ଟ୍ରାଫିକ ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି |କୌଣସି ଭକ୍ତଙ୍କ ଅସୁବିଧା ନହେବା, ପାନୀୟ ଜଳ ଏବଂ ଶୌଚାଳୟ ସୁବିଧା ପାଇଁ ସୁନିଶ୍ଚିତ କରିବା ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି।